ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶା ପଛକୁ ଦ୍ଵିତୀୟରେ ଗୁଜରାଟ ରହିଥିବାବେଳେ ତୃତୀୟ ହୋଇଛି ତାମିଲନାଡ଼ୁ।

ଓଡ଼ିଶାର କଳା ସଂସ୍କୃତି ଏବଂ ନାରୀ ସଶକ୍ତିକରଣ ଥିମକୁ ନେଇ ପ୍ରସ୍ତୁତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ପାଲଟିଥିଲା ପ୍ରମୁଖ ଆକର୍ଷଣ। କର୍ତ୍ତବ୍ୟ ପଥରେ ପ୍ରଜ୍ଞାପନ ମେଢ଼ ଗଡ଼ିବା କ୍ଷଣି କରତାଳିରେ କମ୍ପି ଉଠିଥିଲା ପୂରା ପରିବେଶ।  

ଆକର୍ଷଣୀୟ ଢଙ୍ଗରେ ସଜେଇ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଦେଖିବାକୁ ମିଳିଥିଲା ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ଗୋଟିଏ ପଟେ ମହିଳ କାରିଗରମାନେ ପିପିଲିର ଚାନ୍ଦୁଆ ଓ ପଟ୍ଟଚିତ୍ର ତିଆରି କରୁଥିବାରୁ ଦୃଶ୍ୟ ଏବଂ ଅନ୍ୟ ପଟେ ମହିଳା କଳାକାରମାନେ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ଵରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Tags: #OdishaTableau #OdishagotBestTableauAward #Delhi #RepublicDayParade #Odisha

Comment