ଓଡ଼ିଶାଲାଇଭ୍ ବ୍ୟୁରା

ଦିଲ୍ଲୀରେ ଦୁଇ ମାସରୁ ଅଧିକ ଦିନ ଧରି ବସିଥିବା ଚାଷୀ ଆସନ୍ତାକାଲି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି। ଶନିବାର ଦିନ ୧୨ଟାରୁ ୩ଟା ଚାକଜାମ୍ ଆହ୍ୱାନ ଦେଇଛନ୍ତି ଚାଷୀ ସଙ୍ଗଠନ। ଚାଷୀଙ୍କ ଏହି ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ ମିଳିଛି। ରାଜ୍ୟ କଂଗ୍ରେସ ଓ ନବ ନିର୍ମାଣ କୃଷକ ସଙ୍ଗଠନ ପୂର୍ଣ୍ଣ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।ଚାଷୀ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବ। ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା। ଆମ ଦେଶର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସେମାନଙ୍କ ଦାବି ପୂରଣ ହେଉନାହିଁ। ତେଣୁ ସେମାନେ ଯେଉଁ ଆନ୍ଦୋଳନ ଡାକରା ଦେଇଛନ୍ତି ତାକୁ କଂଗ୍ରେସ ପୂରା ସମର୍ଥନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

‘‘ଓଡ଼ିଶାରେ ଆସନ୍ତାକାଲି ଅହିଂସା ଭାବରେ ୧୨ ଟାରୁ ୩ ସମ୍ପୁର୍ଣ୍ଣ ଚକାଜାମ୍ ସଫଳ ହେବ ବୋଲି ଆଶା ରଖିଛୁ। ସରକାର ଯେଉଁ ୩ ଟି କୃଷି ଆଇନ୍ ଆଣିଛନ୍ତି ସେଥିରେ ଖାଲି ଚାଷୀ ମରିବନି , ସାଧାରଣ ଜନତା ଏଥିରେ ମରିଯିବେ, ଛୋଟ ବ୍ୟବସାୟୀ ବି ମରିଯିବେ’’ କହିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ନେତା ନେତା ଅକ୍ଷୟ କୁମାର।

Comment