ଜେଲ୍‌ରେ ଥାଇ ବି ଧଳ ସାମନ୍ତ ବ୍ରଦର୍ସ ବନ୍ଧୁକ ବ୍ୟବସାୟ କରୁଥିବା ଜାଣିବା ପରେ କମିସନରେଟ ପୋଲିସ କଟକସ୍ଥିତ ତାଙ୍କ ସିଡିଏ ଘରେ ଅତର୍କିତ ଚଢ଼ାଉ କରିଛି। ଚଢ଼ାଉ ବେଳେ ଡି ବଦର୍ସଙ୍କ ଘରୁ ୫ ଶହ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ, କିଛି ମୋବାଇଲ୍ ପୋଲିସ ଜବତ କରିଛି। ଘରର ଇଣ୍ଟେରିଅର ଡିଜାଇନରେ ଗୋଟିଏ ସିଲ ବାକ୍ସ ଭିତରୁ ଏହି ଗୁଳି ଓ ବନ୍ଧୁକ ମିଳିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଏହି ଲିଙ୍କ୍‌ରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ତେବେ ଧଳସାମନ୍ତଙ୍କ ଘରୁ ଏତେ ସଂଖ୍ୟାରେ ଗୁଳି, ବନ୍ଧୁକ କେମିତି ଆସିଲା ସେନେଇ ପୋଲିସ ତଦନ୍ତ ଜାରି ରଖିବ ବୋଲି ସୂଚନା ଦେଇଛି। ଏହି ଚଢ଼ାଉରେ କଟକ ଡିସିପି ଓ ୫ ଜଣ ଆଇଆଇସି ସାମିଲ ହୋଇଥିଲେ। ଏହି ମାମଲାରେ ଆବଶ୍ୟକ ପଡ଼ିଲେ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା ମଧ୍ୟ କରିପାରେ।

ଏହି ଲିଙ୍କ୍‌ରେରେ କିଛି ବନ୍ଧୁକ ସହରର ଅନ୍ୟ ଦୁଇ ଜଣଙ୍କ ଘରେ ଥିବା ବିଷୟ ପୋଲିସ ଜାଣିବା ପରେ ସେଠାରେ ମଧ୍ୟ ଚଢ଼ଉ କରାଯାଉଛି। ଶନିବାର ଘଟଣାର ସଂପୂର୍ଣ୍ଣ ତଥ୍ୟ ପୋଲିସ ଦେବ ବୋଲି କହିଛି।

୨୦୧୬ ମସିହା ଜାନୁଆରି ମାସରେ ଡି’ ସାମ୍ରାଜ୍ୟ ଉପରେ ଚଢ଼ଉବେଳେ ପୋଲିସ ସେଠାରୁ ବିପୁଳ ମାତ୍ରାରେ ବନ୍ଧୁକ, ଗୁଳି, ଲକ୍ଷ ଲକ୍ଷ ଟଙ୍କା ଓ କାର୍ବାଇନ୍ ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ୨୦୧୮ରେ କଟକ ସିଜେଏମ କୋର୍ଟ ଡି ବ୍ରଦର୍ସଙ୍କୁ  ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ୩ ବର୍ଷ ଜେଲ ଏବଂ ଓ ପୋଲିସଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here