ଓଡ଼ିଶାଲାଇଭ୍ ବ୍ୟୁରୋ
- ଦିନକରେ ୩୭୨ ଆକ୍ରାନ୍ତ, ୪ ମୃତ
- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩କୁ ବୃଦ୍ଧି
- କରୋନା ମୃତ୍ୟୁସଂଖ୍ୟା ୧,୮୩୬କୁ ବୃଦ୍ଧି
ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୨୧୪ ଜଣ ଥିବା ବେଳେ ୧୫୮ଟି ଲୋକାଲ କେସ୍ ରହିଛି। ଅନ୍ୟପଟେ ଆଜି ଆଉ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 19th December
New Positive Cases: 372
In quarantine: 214
Local contacts: 158(Details of local contacts will be shared by concerned District Administration)
District Wise Cases:
1. Angul: 50
2. Balasore: 15
3. Bargarh: 10
4. Balangir: 12
5. Boudh: 3— I & PR Department, Odisha (@IPR_Odisha) December 20, 2020
ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୭ ଜଣ, ଖୋର୍ଦ୍ଧାରୁ ୩୮ ଜଣ, କଟକରୁ ୨୬ ଜଣ, ମୟୂରଭଞ୍ଜରୁ ୨୪ ଜଣ, ସମ୍ବଲପୁରରୁ ୧୮ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Nayagarh: 3
23. Nuapada: 12
24. Puri: 28
25. Rayagada: 4
26. Sambalpur: 18
27. Sundargarh: 47
28. State Pool: 9New recoveries: 362
Cumulative tested: 6603613
Positive: 326233
Recovered: 321309
Active cases: 3035— I & PR Department, Odisha (@IPR_Odisha) December 20, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୧,୩୦୯ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୩୫ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୩୬କୁ ବୃଦ୍ଧି ପାଇଛି।


















