ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର) : ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱବ୍ୟାପୀ ଭୟ ଖେଳିଯାଇଛି। ଏହାରି ମଧ୍ୟରେ ବିଭିନ୍ନ ଦେଶ ଓ ରାଜ୍ୟ ବ୍ରିଟେନ ଫେରନ୍ତାଙ୍କୁ ଖୋଜିବାରେ ଲାଗିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ଓଡ଼ିଶାରେ ୪୩ ଜଣ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ନବରଙ୍ଗପୁରରୁ ୩ ଜଣ ଥିବା ସୂଚନା ମିଳିଛି।

ବ୍ରିଟେନ ଫେରନ୍ତାମାନେ ନବରଙ୍ଗପୁର ମୁନୁସିପାଳିଟି ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ବ୍ରିଟେନରୁ ଡିସେମ୍ବର ୧୪ ତାରିଖରେ ବାହାରି ପ୍ରଥମେ ଦିଲ୍ଲୀରେ ପହଞ୍ଚି ଥିଲେ। ସେଠାରେ କୋଭିଡ ପରୀକ୍ଷା କରାଯାଇଥିଲା। ପୁଣି ଦିଲ୍ଲୀରୁ ବାହାରି ହାଇଦ୍ରାବାଦ୍ ପହଞ୍ଚିବା ପରେ ପୁଣି ଥରେ କୋଭିଡ ପରୀକ୍ଷା କରିଥିଲେ।

ଏହାପରେ ସେ  ନବରଙ୍ଗପୁର ନିଜ ଘରେ ପହଞ୍ଚିଥିଲ। ସେମାନେ ଘରକୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ରହିଥିବା ସୂଚନା ମିଳିଛି। ସେମାନଙ୍କ କୋଭିଡ ପରୀକ୍ଷା ପାଇଁ ବ୍ରହ୍ମପୁରକୁ ତାଙ୍କ ନମୁନା ପଠାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here