ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରକୁ ବିନା ଅନୁମତିରେ ପ୍ରବେଶ କରିବା ଏଏନଏମ କର୍ମୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ଵରେ ଥିବା ୪ ଏଏନଏମ କର୍ମୀ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ମଙ୍ଗଳବାର ପୁରୀ ସିଡିଏମଓ ସେମାନଙ୍କୁ ନିଲମ୍ଵନ କରିଛନ୍ତି।
ଡିସେମ୍ଵର ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବା ପରେ କରୋନା କଟକଣା ମଧ୍ୟରେ ପ୍ରଥମେ ସେବାୟତଙ୍କ ପରିବାର ଏବଂ ପରେ ପୁରୀ ସହରବାସୀଙ୍କୁ ମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିଲା। ଏହି ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଥିଲା।
ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ମନ୍ଦିର ବାହାରେ ଏଏନଏମ କର୍ମୀମାନଙ୍କୁ ନିୟୋଜିତ କରିଥିଲା ପ୍ରଶାସନ। କିନ୍ତୁ ସେମାନଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ କୌଣସି ଅନୁମତି ନଥିଲା। ତେବେ ଏହାରି ମଧ୍ୟରେ ଦୁଇଦିନ ତଳେ ୪ ଜଣ ଏଏନଏମ କର୍ମୀ ବିନା ଡକ୍ୟୁମେଣ୍ଡରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମଙ୍ଗଳବାର ପୁରୀ ସିଡିଏମଓ ସେମାନଙ୍କ ଡ୍ୟୁଟିରୁ ନିଲମ୍ଵନ କରିବା ସହ କାରଣ ଦର୍ଶାଅ ନୋଟିସ କରିଛନ୍ତି।


















