ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ କୋଭିଡ୍ ପଜିଟିଭ୍। ସେଥି ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୦୯ ଜଣ ଏବଂ ଲୋକାଲ କେସ୍ ୮୩ ରହିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ଟପିଛି। ଏପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୩ ଆକ୍ରାନ୍ତ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ୨୪, ବଲାଙ୍ଗିରରୁ ୧୭, ସମ୍ଵଲପୁରରୁ ୧୬, ଝାରସୁଗୁଡ଼ାରୁ ୧୩ ଓ ଖୋର୍ଦ୍ଧାରୁ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୫,୯୬୫ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୨୪୦୮ ଜଣ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି ବୋଲି ରିପୋର୍ଟ ରହିଛି।

Comment