ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଟିକାକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ରାଜ୍ୟରେ ଟିକା ପହଞ୍ଚିଲା କ୍ଷଣି ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ କରି ଦିଆଯିବ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ରାଜ୍ୟରେ ଟିକାକରଣ ପାଇଁ ୨୯ ହଜାର କେନ୍ଦ୍ର ରହିଛି। ପ୍ରଥମେ ଟିକାକରଣ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥାର ତଦାରଖ କରାଯିବ। ପ୍ରତିକ୍ଷାଳୟ, ଟିକାକରଣ, ନିରୀକ୍ଷଣ ଗୃହ ଅଛି କି ନାହିଁ ତାହା ଦେଖାଯିବ ବୋଲି ସେ କହିଛନ୍ତି।
ସେହିପରି ଟିକା ନେବାକୁ ଆସିଥିବା ଲୋକଙ୍କର ପ୍ରଥମେ ତଥ୍ୟ ଯାଞ୍ଚ ହେବ। ସେମାନଙ୍କ ନାଁ ଡାଟାବେସରେ ଅଛି କି ନାହିଁ ଦେଖାଯିବା ସହିତ ସେମାନଙ୍କ ପରିଚୟ ପତ୍ର ଦେଖାଯିବ। ଏହାପରେ ଟିକାକରଣ ଗୃହରେ ଅନ୍ୟ ତଥ୍ୟ ଯାଞ୍ଚ କରାଯାଇ ଟିକା ଦିଆଯିବ। ତେବେ ଏହି ଟିକା ବାହୁରେ ଦିଆଯିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ।
ଟିକା ନେବା ପରେ ସେହି ବ୍ୟକ୍ତିଙ୍କୁ ନିରୀକ୍ଷଣ ରୁମ୍ରେ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ। ସେମାନଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନ ଗଲେ ତାଙ୍କୁ ଘରକୁ ଛଡ଼ା ଯିବ।


















