ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୯ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ସମସ୍ତ ସିନେମା ହଲ୍‌। କୋଭିଡ କଟକଣା ମାନି ଫିଲ୍ମ ଦେଖିବାକୁ ଆସିବେ ଦର୍ଶକ। ତେବେ ୫୦ ପ୍ରତିଶତ ଦର୍ଶକ ହଲରେ ସିନେମା ଦେଖିପାରିବେ। ଏଥିପାଇଁ ରାଜ୍ୟର ସମସ୍ତ ସିନେମା ହଲରେ ପ୍ରସ୍ତୁତି କରାଯାଇଛି। ହଲ୍‌ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଦର୍ଶକଙ୍କ ବସିବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ଦର୍ଶକମାନେ ହଲ୍ ଏଣ୍ଟ୍ରି କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ପ୍ରତ୍ୟେକ ଦର୍ଶକ ଗୋଟିଏ ସିଟ୍‌ ବ୍ୟବଧାନରେ ବସିବେ। ମାସ୍କ ପିନ୍ଧିବା ସହିତ ଶାରୀରିକ ଦୂରତା ରକ୍ଷା କରି ଫିଲ୍ମ ଦେଖିବାକୁ ସିନେମା ହଲ୍‌ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି।

କୋଭିଡ ଯୋଗୁଁ ହଲ୍‌ରେ ସମସ୍ତ ପ୍ରକାର ଖାଦ୍ୟ ବାରଣ କରାଯାଇଛି। ଦୀର୍ଘଦିନ ପରେ ସିନେମା ହଲ୍‌ ଖୋଲୁଥିବାରୁ ଦର୍ଶକ ଓ ସିନେମା ହଲ୍‌ ମାଲିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

କରୋନା ପାଇଁ ଦୀର୍ଘ ୧୦ ମାସ ହେବ ରାଜ୍ୟରେ ସିନେମା ହଲ୍ ଏବଂ ଥିଏଟର ଆଦି ବନ୍ଦ ଥିଲା। ଅନଲକ୍‌ରେ କେନ୍ଦ୍ର ସରକାର ସିନେମା ହଲ୍ ଏବଂ ଥିଏଟର ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟରେ ଏହି ସବୁ ଖୋଲିବା ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର।

Comment