ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରୁ ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ। ଶୁକ୍ରବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ ପିକଅପ୍ ଭ୍ୟାନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି।ପୋଲିସର କହିବା ମୁତାବକ ଗତକାଲି ସନ୍ଧ୍ୟାରେ ଶିରିଗୁଡ଼ା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ କୋରାପୁଟରୁ ବାଲେଶ୍ୱର ଯାଉଥିବା ଏକ ପିକଅପ୍ ଭ୍ୟାନରୁ ୧୨ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଏହାର ପରିମାଣ ପାଖାପାଖି ୨ କୁଇଣ୍ଟାଲ ୭୧ କେଜି ବୋଲି ସୂଚନା ମିଳିଛି।
ତା’ସହିତ ଏହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। ଏହି ଘଟଣାରେ ପୋଲିସ ବଳରାମ ମହାପାତ୍ର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।