ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡିକନ୍-୨୦୨୧ ଅନୁଷ୍ଠିତ ହୋଇଛି। ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମ୍ୟୁନିକେସନ୍ ଆଣ୍ଡ କମ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ଉପରେ ଆୟୋଜିତ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଅଧିନସ୍ଥ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭର୍ଚୁଆଲ ଜରିଆରେ ଏହି କର୍ମଶାଳାକୁ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହ ସେମାନଙ୍କ ଅନୁଭୂତିର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ସମ୍ପର୍କିତ ଆଲୋଚନା ଏବଂ ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଯୁକ୍ତି, ବିଶେଷ ଭାବରେ ସଷ୍ଟେନେବୁଲ୍ ଆଣ୍ଡ କ୍ଲିନ୍ ଏନର୍ଜି ଦିଗକୁ ନେଇ ଅଧିକ ଆଲୋଚନା କରିବା। ଏନେଇ ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ତଥା ଓଡିକନ୍-୨୦୨୧ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ସୂଚନା ଦେଇଛନ୍ତି।

ଏହି କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଚ୍ୟୁଟର ପ୍ରଫେସର ସୁସ୍ମିତା ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଇଇଇ, ବାଂଲାଦେଶ ଶାଖାର ଚେୟାର ପ୍ରଫେସର ସେଲିଆ ସାହାନାଜ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଇଇଇ, ଭୁବନେଶ୍ୱରର ଚେୟାର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଆଇଟି, ଭୁବନେଶ୍ୱରର ତଥା ଆଇଇଇଇ, ଭୁବନେଶ୍ୱର ଉପଶାଖାର ସଚିବ ପ୍ରଫେସର ଏସ୍.ଆର୍. ସାମନ୍ତରାୟ ବକ୍ତା ଭାବେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବାଂଲାଦେଶ ସ୍ଥିତ ବିୟୁଇଟିର ପ୍ରଫେସର ଶେଖ୍ ଫତାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବାଜୀ ଚକ୍ରବର୍ତ୍ତୀ ଏବଂ ମାଲେସିଆ ସ୍ଥିତ ୟୁନିଭର୍ସିଟି ଟେକ୍ନୋଲୋଜି ମାରାର ଡାକ୍ତର ନୟିମ୍ ହନୁନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ଓ ଆଇଆଇଟି, ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଦାମୋଦର ଆଚାର୍ଯ୍ୟ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ, ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ) ପ୍ରଫେସର ପି.କେ. ନନ୍ଦ ଏବଂ ଓଡିକନ୍-୨୦୨୧ର ଅର୍ଗାନାଇଜିଂ ଚେୟାର ଡାକ୍ତର ମନୋଜ କୁମାର ଦେବନାଥ ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ।

କର୍ମଶାଳାରେ ମନଟ୍ରିଲ୍ ସ୍ଥିତ କନ୍‌କର୍ଡିଆ ବିଶ୍ୱବିଦ୍ୟାଳୟର ଡାକ୍ତର ଅକ୍ଷୟ କୁମାର ରାଠୋର୍, ଆଇଆଇଟି, ଦିଲ୍ଲୀର ପ୍ରଫେସର ବିଜୟ କେତନ ପାଣିଗ୍ରାହୀ, ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଗଣପତି ପଣ୍ଡା ଏବଂ ଆଇଏସ୍ଆଇ, କୋଲକାତାର ଡାକ୍ତର ସ୍ୱାଗତମ୍ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here