ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଉ ୧୮୬ କରୋନା ପଜିଟିଭ୍ ଚିହ୍ନଟ
  • ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୨୧୬୬ ଜଣ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୧୮୬ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୭୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳିଛି। ଅନ୍ୟପଟେ ରାଜ୍ୟରେ ଆଜି ୨ଟି କୋଭିଡ୍ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୧୧, ବରଗଡ଼ରୁ ୧୫, କଟକରୁ ୧୪ ଓ ସମ୍ବଲପୁରରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ ଲକ୍ଷ ୨୮ ହଜାର ୮୩୨ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ରାଜ୍ୟରେ ୨୧୬୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here