ଓଡ଼ିଶାଲାଇଭ୍ ବ୍ୟୁରୋ

vaccinationଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ସ୍ଵାସ୍ଥ୍ୟକର୍ମୀଙ୍କ ପରେ ଏବେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କର୍ମୀ, ପୋଲିସ ଡିଜି, ଏସ୍‌ପି, ଜିଲ୍ଲାପାଳ ଆଦି ସମସ୍ତେ ନେବେ କରୋନା ଟିକା। ଆଜିଠାରୁ ଏହି ଟିକାକରଣ ଆରମ୍ଭ ହେବ। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ନିର୍ଦ୍ଦେଶାନାମା ଜାରି ହୋଇଛି।

ଅଧିକାରୀମାନେ ଭ୍ୟାକ୍ସିନ ନେବା ପରେ ନିଜ ଫଟୋକୁ ଟ୍ଵିଟ୍ କରିପାରିବେ। ଲୋକଙ୍କ ମନରେ ଟିକାକରଣ ନେଇ ଆଶା ସୃଷ୍ଟି କରିବାକୁ ସମ୍ମୁଖ ଯୋଦ୍ଧା ଆଧାରରେ ବରିଷ୍ଠ ଅଧିକାରୀମାନଙ୍କୁ ଟିକା ଦେବାକୁ ସରକାର ସ୍ଥିର କରିଛନ୍ତି।ସ୍ଵାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ପରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦେବାକୁ ଫେବ୍ରୁଆରି ୩ ତାରିଖରେ ସ୍ଵାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ସରକାରୀ ଅଫିସଗୁଡ଼ିକରେ କର୍ମଚାରୀମାନଙ୍କୁ ଟିକା ଦେବାପାଇଁ ସରକାର କହିଥିଲେ। ଫେବ୍ରୁଆରି ୬ ତାରିଖରୁ ଏହି ଟିକାକରଣ ଆରମ୍ଭ କରିବାକୁ ସ୍ଵାସ୍ଥ୍ୟ ବିଭାଗ ଧାର୍ଯ୍ୟ କରିଛି।ଏଥିପାଇଁ ୧ଲକ୍ଷ ୯୨ହଜାର ସମ୍ମୁଖ ଯୋଦ୍ଧାଙ୍କ ଡାଟା ବେସ୍ ପ୍ରସ୍ତୁତ ରହିଛି। ଆଜିଠାରୁ ଏହି ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ତିନି ସପ୍ତାହ ଭିତରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟେ ଟିକାକରଣ ପାଇଁ ବୁଧବାର ଓଡ଼ିଶାକୁ ୬୩ ହଜାର ୯୦ଡୋଜ୍ କୋଭିସିଲ୍ଡ ଟିକା ଏବଂ ୮୩ ହଜାର ୫୦୦ ଡୋଜ୍ କୋଭାକ୍ସିନ୍ ଟିକା ଆସିସାରିଛି।

LEAVE A REPLY

Please enter your comment!
Please enter your name here