ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଇତିହାସ ରଚିଲେ କର୍ଣ୍ଣାଟକ ଝିଅ ରଶ୍ମୀ
  • ଅକ୍ପଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହେଲେ ରଶ୍ମୀ
  • ଏଭଳି କୃତିତ୍ୱ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଯୁବତୀ

କର୍ଣ୍ଣାଟକ, ମଣିପାଲର ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଏହି ପଦବୀ ହାସଲ କରିବାରେ ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ଯୁବତୀ।

ଏବେ ରଶ୍ମୀ ଏନର୍ଜି ସିଷ୍ଟମରେ ଏମଏସସି ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ଭାରତରୁ ଯାଇ ଲଣ୍ଡନରେ ସେ ପାଠ ପଢ଼ିବା ସହିତ ନିର୍ବାଚନ ଲଢ଼ି ଓ ସେଥିରେ ବିଜୟୀ ହୋଇ ଏବେ ଭାରତକୁ ଗର୍ବିତ କରିଛନ୍ତି।

ରଶ୍ମୀ କର୍ଣ୍ଣାଟକ ଉଦୁପି ଜିଲ୍ଲାର ମଣିପାଲ ସହରର ବାସିନ୍ଦା। ତାଙ୍କ ପିତା ଦୀନେଶ ସାମନ୍ତ ଉଦୁପିରେ ଜଣେ ବ୍ୟବସାୟୀ। ରଶ୍ମୀ ୨୦୨୦ ରେ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ।

LEAVE A REPLY

Please enter your comment!
Please enter your name here