ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର। ସୋମବାର ଦେଶରେ ପେଟ୍ରୋଲ ଦରରେ ୨୬ ପଇସା ଏବଂ ଡିଜେଲ ଦରରେ ୨୯ ପଇସା ବୃଦ୍ଧି ପାଇଛି। ଗତକାଲି ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୮୯.୪୩ ପଇସା ଥିବା ବେଳେ ଆଜି ତାହା ୮୯.୬୯ ପଇସାରେ ପହଞ୍ଚିଛି। ସେହିପରି କାଲି ରାଜ୍ୟରେ ଡିଜେଲ ଲିଟର ପିଛା ୮୬.୧୮ ପଇସା ଥିବା ବେଳେ ଆଜି ତାହା ୮୬.୪୭ ପଇସାରେ ପହଞ୍ଚିଛି।

ଚଳିତ ମାସରେ କ୍ରମାଗତ ଭାବେ ରାଜ୍ୟରେ ଆଜି ଅଷ୍ଟମଥର ପାଇଁ ତେଲ ଦର ବଢ଼ିଛି। ଗୋଟିଏ ପଟେ ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରି କଂଗ୍ରେସ ଆଜି ଓଡ଼ିଶା ବନ୍ଦ କରୁଛି, କିନ୍ତୁ ଠିକ୍ ସେହି ସମୟରେ ପୁଣି ବଢ଼ିଛି ପେଟ୍ରୋଲ୍, ଡିଜେଲ୍ ଦର ବଢ଼ିବା ସମସ୍ତଙ୍କୁ ଚକିତ କରିଛି। ତେଲ ଦର ହୁ ହୁ ହୋଇ ବଢୁଥିବା ହେତୁ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ତାହା ପ୍ରଭାବ ପକାଉଛି। ତେଣୁ କୌଣସି ମତେ ଦେଶରେ ତେଲ ଦର କମାଇବାକୁ ସାଧାରଣରେ ଦାବି ହେଉଛି।ଏପରିକି ରାଜ୍ୟର କେତେକ ଜିଲ୍ଲାରେ ତୈଳ ଦର ଲିଟର ପିଛା ୯୦ ଟଙ୍କା ପାର୍ କରିଛି। ସୋମବାର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ୯୪ ଟଙ୍କା ପାର୍ କରିଥିବା ବେଳେ ଡିଜେଲ୍ ଲିଟର ପିଛା ୯୦ ଟଙ୍କା ଟପିଛି।

ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ପେଟ୍ରୋଲ ଲିଟର ପିଛା ୮୮ଟଙ୍କା୯୯ ପଇସା ଏବଂ ଡିଜେଲ ଦର ୭୯ଟଙ୍କା ୩୫ ପଇସା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୪୬ ଏବଂ ଡିଜେଲ ୮୬.୩୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୦.୨୫ ଓ ଡିଜେଲ ୮୨.୯୪ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୯୧.୧୯ ଓ ଡିଜେଲ ୮୪.୪୪ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here