ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କ ଲକର ପରିଚାଳନାରେ ନୂଆ ନିୟମ ଆଣିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଶନିବାର ଏକ ଶୁଣାଣିରେ କହିଛନ୍ତି, ଯଦି ଗ୍ରାହକଙ୍କ ବିନା ଅନୁମତିରେ ତାଙ୍କ ଲକର ଭଙ୍ଗା ଯାଉଛି, ତେବେ ସେଥିପାଇଁ ଉତ୍ତରଦାୟୀ ରହିବ ବ୍ୟାଙ୍କ। ତେଣୁ ୬ ମାସ ମଧ୍ୟରେ ଲକର ସୁବିଧା ପରିଚାଳନାରେ ନୂଆ ନିୟମ ଅଣାଯାଉ।
ବ୍ୟାଙ୍କ ଲକର ଦେୟ ନଦେଇଥିବା ଅଭିଯୋଗରେ କୋଲକାତାର ଏକ ବ୍ୟାଙ୍କ ତାଙ୍କ ଗ୍ରାହକଙ୍କ ବିନା ଅନୁମତିରେ ଲକ୍ର ଭାଙ୍ଗିଥିଲା। ଅଳଙ୍କାର କମ୍ ଥିବା କହି ଗ୍ରାହକ ଜଣଙ୍କ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଉକ୍ତ ବ୍ୟାଙ୍କକୁ କ୍ଷତିପୂରଣ ଦେବାକୁ କହିଥିଲେ।
ବ୍ୟାଙ୍କରେ ଲକର ଟଙ୍କା ଏବଂ ସୁନାଗହଣାକୁ ନିରାପଦରେ ରଖିବା ପାଇଁ ଲକର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ସମୟରେ ବ୍ୟାଙ୍କ କର୍ତ୍ତୁପକ୍ଷ ଜାଣୁନାହାଁନ୍ତି କି ଲୋକମାନେ ଲକରରେ କ’ଣ ରଖିଛନ୍ତି। ତେଣୁ ସ୍ପଷ୍ଟ ଭାବେ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ଲକର ନିୟମ ଗ୍ରାହକଙ୍କ ପାଇଁ ଯଥେଷ୍ଟ ନୁହେଁ। ୬ ମାସ ଭିତରେ ଏହି ନିୟମରେ ପରିବର୍ତ୍ତନ ଅଣାଯାଉ। ଏଣିକି ଗ୍ରାହକ ଲକରରେ କ’ଣ ରଖୁଛନ୍ତି, ତାହା ଜାଣିବା ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଦାୟିତ୍ୱ। ଦେଶର ସମସ୍ତ ବ୍ୟାଙ୍କ ଏହି ନିୟମ ମାନିବାକୁ ବାଧ୍ୟ କହିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ଗାଇଡଲାଇନ ଜାରି କରିଛନ୍ତି।
ନୂତନ ଗାଇଡଲାଇନ:
ଲକର ଭାଙ୍ଗିବା ପୂର୍ବରୁ ବ୍ୟାଙ୍କ କର୍ତ୍ତୁପକ୍ଷ ଗ୍ରାହକଙ୍କୁ ଅବଗତ କରାଇବେ। ନୂତନ ଗାଇଡଲାଇନ ଅନୁସାରେ, ଯଦି ଲକରରୁ କୌଣସି ସାମଗ୍ରୀ ହଜେ, ସେଥିପାଇଁ ଦାୟୀ ରହିବ ବ୍ୟାଙ୍କ । ଲକରରେ କ’ଣ ଥିଲା ତାହା ବ୍ୟାଙ୍କ କର୍ତ୍ତୁପକ୍ଷ ଜାଣିନାହାଁନ୍ତି କହିପାରିବ ନାହିଁ ବ୍ୟାଙ୍କ ।