ଓଡ଼ିଶାଲାଇଭ୍‌ ବ୍ୟରୋ

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ କରୋନା ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସର ପହଞ୍ଚି ସେଠାରେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ରାଜ୍ୟରେ ଏବେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଶ୍ରେଣୀଗୃହକୁ ଯାଇ ପାଠ ପଢ଼ୁଛନ୍ତି। ଅଙ୍ଗନବାଡ଼ି ମଧ୍ୟ ଖୋଲିଛି। ତେଣୁ ପ୍ରଥମରୁ ଅଷ୍ଟମ କେବେ ଖୋଲିବ ସେନେଇ ଚର୍ଚ୍ଚା ହେଉଥିଲା। ଏହାରିମଧ୍ୟରେ ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ କୁହାଯାଉଥିଲା।

Comment