ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୫ ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ…
- ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିରେ ଯୋଗଦାନ ପାଇଁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କୁ ପୁରୀ ଗଜପତି କଲେ ନିବେଦନ
- ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଓଡିଶାରୁ ୪୨ କୋଟି ଟଙ୍କା ସଂଗ୍ରହ ହୋଇଥିବା କହିଲେ ମନ୍ଦିର ନିଧି ସମର୍ପଣ ସମିତି ସଦସ୍ୟ
- ଇଂରାଜୀ ମିଡିୟମ ସ୍କୁଲ ଉପରେ ନଜର ରଖିବାକୁ ଗଣଶିକ୍ଷା ବିଭାଗ ସହ ସମ୍ପୃକ୍ତ ବିଧାନ ସଭା କମିଟିର ସୁପାରିଶ
- ବାଲେଶ୍ୱରର ଜଣେ ସୁନା ବ୍ୟବସାୟୀଙ୍କୁ ୮୦୦ ଗ୍ରାମ ସୁନା ଠକେଇ ଅଭିଯୋଗରେ ଦୁଇ ବ୍ରୋକରଙ୍କୁ ଗିରଫ କଲା ପୁରିଘାଟ ପୋଲିସ
- ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ରବିବାର ରାତିରେ ଲାଗିଲା ନିଆଁ, ସ୍ଥିତି ଠିକ୍ଠାକ ଥିବା କହିଲା ଟାସ୍କଫୋର୍ସ
- ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସତର୍କବାଣୀ – କୋଭିଡ ନିୟମ ମାନିଲେ ହେବନି ଲକଡାଉନ
- ବାଲେଶ୍ୱର ସୋର ନିକଟରେ ବସ ଓଲଟି ୨୦ ଯାତ୍ରୀ ଆହତ, ଖୁବ ଅଧିକ ବେଗରେ ଗାଡ଼ି ଚଲାଇବାରୁ ହୋଇଥିଲା ଦୁର୍ଘଟଣା
- କୋଭିଡ ନିୟମ ଉଲ୍ଲଘଂନ ପାଇଁ ପୁରୀ ଶ୍ରୀମନ୍ଦିର ରୋହିଣୀ କୁଣ୍ଡ ନିକଟରେ ଜଣେ ନାଗା ସାଧୁଙ୍କୁ ଅଟକ ରଖିଲା ପୋଲିସ
- ହୋଲଡିଂ ଟ୍ୟାକ୍ସ ପ୍ରସଙ୍ଗରେ ବିଏମ୍ସିର ସ୍ପଷ୍ଟୋକ୍ତି – ଯେଉଁ ଘର ମାଲିକ ହୋଲଡିଂ ଟ୍ୟାକ୍ସ ଦେଇଛନ୍ତି ସେମାନଙ୍କ ଘର ସିଲ କରିବାର କୌଣସି ଯୋଜନା ନାହିଁ
- ‘ଦ୍ରୋହକାଳ’ ପୁସ୍ତକ ପାଇଁ ଲେଖିକା ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ (ପ୍ରତିଭା ରାୟ) ସ୍ମୃତି ପୁରସ୍କାର


















