ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଲେଉଟାଣିକୁ ନେଇ ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଯଦି ଜାଣିଥାନ୍ତି, ତେବେ ପ୍ରଶାସନକୁ ତୁରନ୍ତ ଜଣାଇବାକୁ କହିଛନ୍ତି।

ସେ ଆହୁରି କହିଛନ୍ତି, “ରାଜ୍ୟରେ ଟିକାକରଣ ବଢ଼ାଇବାକୁ ଉଦ୍ୟମ ଚାଲିଛି। ବିଶେଷକରି ବୟସ୍କ ବ୍ୟକ୍ତିମାନେ ଟିକା ନେବାକୁ ଡରୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବାକୁ କହିଛନ୍ତି। କୌଣସି ବି ସ୍ଥାନରେ ଟିକାର ପାଶ୍ୱ ପ୍ରତିକ୍ରିୟା ହୋଇନାହିଁ। ନିଜେ ପ୍ରଥମେ ସତର୍କ ରୁହନ୍ତୁ ପରେ ଅନ୍ୟକୁ ସତର୍କ କରାନ୍ତୁ। ସମସ୍ତେ ଘରେ ରହି ହୋଲି ଖେଳନ୍ତୁ । ଗହଳି ସ୍ଥାନକୁ ଜାଆନ୍ତୁ ନାହିଁ”।

କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଏହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ପୂର୍ବଭଳି କରୋନା ଯେମିତି ନ ବ୍ୟାପେ, ସେଥିପାଇଁ ସମସ୍ତେ ସତର୍କ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here