ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳପ୍ରଦେଶରେ ପ୍ରଥମ ମହିଳା ଭାବେ ଯାତ୍ରୀଙ୍କୁ ବସ୍ ସେବା ଯୋଗାଉଛନ୍ତି ସୀମା ଠାକୁର।

ଜଳ, ସ୍ଥଳ, ଆକାଶ ସବୁଠି ସଫଳତା ସାଉଣ୍ଟିଲେଣି ମହିଳା। ସବୁ ସ୍ତରରେ ମହିଳାଙ୍କ ଉଚ୍ଚ ପ୍ରଶଂସିତ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବା ସହ ତାଙ୍କୁ ସମସ୍ତେ ମନ ରଖିଥାନ୍ତି। ସେଭଳି କିଛି କାମ କରି ଲୋକଲୋଚନକୁ ଆସିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ହିମାଚଳପ୍ରଦେଶର ସୀମା ଠାକୁର। କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ସୀମା। ରାଜ୍ୟ ଭିତରେ ବସ୍ ଚଳାଇବା ସହ ରାଜ୍ୟ ବାହାରକୁ ମଧ୍ୟ ଯାତ୍ରୀମାନଙ୍କୁ ନେଇ ଯାଉଛନ୍ତି।

ହିମାଚଳପ୍ରଦେଶ ସଡ଼କ ପରିବହନ ନିଗମର ପ୍ରଥମ ମହିଳା କର୍ମଚାରୀ ହେଉଛନ୍ତି ସୀମା ଠାକୁର। ସେ ୨୦୧୬ରୁ ଏହି ଅଧିନରେ କାର୍ଯ୍ୟ କରି ଆସୁଛନ୍ତି। ପ୍ରାୟ ୮ ହଜାର ୮୦୦ କର୍ମଚାରୀଙ୍କ ମଧ୍ୟମରେ ଏକମାତ୍ର ମହିଳା ଡ୍ରାଇଭର ହେଉଛନ୍ତି ସୀମା। ସେ ଇଂରାଜୀରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି । ମାର୍ଚ୍ଚ ୩୧ରେ ସୀମା ସିମଲାରୁ ଯାତ୍ରୀମାନଙ୍କୁ ନେଇ ଚଣ୍ଡିଗଡ଼ ଯାଇଥିଲେ ଏବଂ ସେ ସୁରକ୍ଷିତ ଭାବରେ ଯାତ୍ରୀମାନଙ୍କୁ ସେଠାରେ ପହଞ୍ଚାଇଥିବା ସୂଚନା ମିଳିଛି।

ସେ କହିଛନ୍ତି, “ରାଜ୍ୟର ପ୍ରଥମ ମହିଳାଭାବେ ମତେ ବାହାର ରାଜ୍ୟକୁ ବସ୍ ଚଳାଇବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି। ଏଥିସହ କରୋନା କାଳରେ ବସ୍ ସେବା ଯୋଗାଉଥିବା ସମସ୍ତ ଡ୍ରାଇଭର ଓ କଣ୍ଟକଟର ମାନଙ୍କୁ ସରକାର କୋଭିଡ ଯୋଦ୍ଧାରେ ଅନ୍ତର୍ଭୁକ୍ତ କରି କରୋନା ଟିକା ଯୋଗାଇ ଦିଅନ୍ତୁ।”

ହିମାଚଳପ୍ରଦେଶର ଏକମାତ୍ର ଆନ୍ତରାଜ୍ୟ ମହିଳା ବସ୍ ଡ୍ରାଇଭର ଭାବେ ପରିଚିତ ସୀମା ଠାକୁର। ଏଥିପାଇଁ ସୀମାଙ୍କୁ ରାଜ୍ୟବାସୀ ବେଶ୍ ପ୍ରଶଂସା କରିବାସହ, ସୀମାଙ୍କ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଖୁସି ହୁଅନ୍ତି।

LEAVE A REPLY

Please enter your comment!
Please enter your name here