ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ମସିହାରେ ଫନି, ୨୦୨୦ରେ କରୋନା ଆଉ ଏବେ ୨୦୨୧ରେ କରୋନାର ଦ୍ଵିତୀୟ ଲହର। ଲଗାତାର ତିନି ତିନୋଟି ବିପଦ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବାପାଇଁ ଯାଉଛି। ୨୦୨୦ ମାର୍ଚ୍ଚରୁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍ ପରିମାଣରେ କମିବା ଦେଖାଯାଇଛି।

ଇତି ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ କିଛି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରି କୋଭିଡ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଦିନକୁ ଦିନ କରୋନା ମାମଲା ବଢ଼ିଚାଲିଥିବାରୁ ଆଗକୁ ରାଜ୍ୟ ସରକାର ମଧ୍ୟ ଏହି କଟକଣାକୁ ଜୋରଦାର କରିପାରନ୍ତି।ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି ଯେ ଆମେ ଏବେ ପର୍ଯ୍ୟଟକମାନଙ୍କୁ ଆସିବା ପାଇଁ ଅନୁମତି ଦେଉଛୁ। ଏମିତି ବି ଗ୍ରୀଷ୍ମ ଦିନ ଯୋଗୁଁ ପର୍ଯ୍ୟାପ୍ତ ସଂଖ୍ୟକ ଟୁରିଷ୍ଟ ଆସୁନାହାନ୍ତି। ତେବେ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି।ଗତ ମାର୍ଚ୍ଚ ମାସରେ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଯେଉଁମାନେ ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ ଅଥବା ୭ ଦିନ ପୃଥକବାସରେ ରହିବାକୁ ସେମାନେ ବାଧ୍ୟ। ଏହି ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାରୁ ଆସୁଥିବା ଯାତ୍ରୀମାନେ ଆଗରୁ ପରୀକ୍ଷା କରିନେବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ।

ପୁରୀ ରେଳ ଷ୍ଟେସନରେ ସ୍କ୍ରିନିଂ ପାଇଁ ୫ଟି କାଉଣ୍ଟର ଖୋଲା ଯାଇଥିବା ବେଳେ ପୁରୀ ଆସିବା ପାଇଁ ୭୨ ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷା କରାଇ ରିପୋର୍ଟ ସାଥିରେ ନେଇ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here