ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥାପାଇଁ ଗୁରୁବାର କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ ଅନୁସାରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ ଶନିବାରଠାରୁ ପୂର୍ବନିର୍ଦ୍ଧାରିତ ନାଇଟ୍ କର୍ଫ୍ୟୁର ସମୟରେ ପରିବର୍ତ୍ତନ ସହ ସପ୍ତାହନ୍ତ ସଟ୍ଡାଉନ୍ କରିଛନ୍ତି ସରକାର।
କେଉଁ ୧୦ ଜିଲ୍ଲାରେ କଡ଼ାକଡ଼ି ହେଲା ନିୟମ?
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ପ୍ରମୁଖ ୧୦ ଜିଲ୍ଲାରେ ଏଣିକି ସନ୍ଧ୍ୟା ୬ଟାରୁ ସକାଳ ୯ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ସେହିପରି ଏହି ଜିଲ୍ଲାଗୁଡ଼ିକର ସହରାଞ୍ଚଳରେ ପ୍ରତି ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ସଟ୍ଡାଉନ୍ ହେବ।


















