ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବନ ସେବା ବିଭାଗ ଅଧିକାରୀ ଅଭୟ ପାଠକଙ୍କୁ ଓଡ଼ିଶା ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଅଭୟଙ୍କୁ ଅବସର ଦିଆଯାଇଛି।

ଓଡ଼ିଶା ସରକାର ଆଇଏଫଏସ ଅଭୟ ପାଠକଙ୍କୁ ଅତ୍ୟନ୍ତ ଦୁର୍ନୀତିଖୋର ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ। ଏହା ପରେ ଜିରୋ ଟଲରେନ୍ସ ବା ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ନୀତି ଆଧାରରେ ୧୯୮୭ ଆଇଏଫଏସ ବ୍ୟାଚର ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ଆୟ ବହିର୍ଭୁତ ବିପୁଳ ପରିମାଣରେ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କୁ ଗିରଫ କରାଯାଇଥିଲା। ପାଠକ ଚଳିତ ଜୁନ ମାସରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବା ପିସିସିଏଫ ଭାବେ ଦାୟିତ୍ୱ ଗ୍ରହଣ କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ଗତ ବର୍ଷ ନଭମ୍ବର ମାସରେ ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ ପରେ ତାଙ୍କ ପାଖରୁ ପ୍ରାୟ ଦଶ କୋଟି ଟଙ୍କା ମିଳିଥିବା ବେଳେ ତାଙ୍କ ପୁଅ ଆକାଶ ପାଠକଙ୍କ ପାଖରୁ ମଧ୍ୟ ୧୭ କୋଟି ଟଙ୍କା ଜବତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here