ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଆସିବା ପରେ କ’ଣ ଖାଇବେ, ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡାଏଟ୍‌ ପ୍ଲାନ ଜାରି ହୋଇଛି। ଏହି ରୋଟିନ କରୋନାରୁ ଆରୋଗ୍ୟ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ବୋଲି କୁହାଯାଇଛି।

୧-  ରାତିରୁ ଭିଜା ଯାଇଥିବା ଆଲମଣ୍ଡ ଏବଂ କିସମିସ୍ ଖାଇ ଦିନ ଆରମ୍ଭ କରନ୍ତୁ। ଆଲମଣ୍ଡରେ ପ୍ରୋଟିନ ଓ ଆଇରନର ମାତ୍ରା ଭରପୂର ରହିଥାଏ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।

୨-  ସକାଳ ଜଳଖିଆରେ ରାଗି ଦୋସା କିମ୍ବା ଏକ ଡାଲିଆ ଉପମା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ବେଶ୍‌ ଭଲ।

୩-  ମଧ୍ୟାହ୍ନ ଭୋଜନ ସମୟରେ ଆପଣ ରୁଟି, ଗୁଡ଼ ଏବଂ ଘିଅ ଆଦି ଖାଇପାରିବେ।

୪- ରାତ୍ରି ଭୋଜନରେ ଆପଣ ଖେଚେଡ଼ି ଖାଇପାରିବେ। ରାତିରେ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଆପଣ ଭଲ ନିଦରେ ଶୋଇପାରିବେ।

୫- ଆପଣ ପର୍ଯ୍ୟାପ୍ତ ପାଣି ପିଇବା ସହିତ ଘରେ ଲେମ୍ବୁ ପାଣି ପ୍ରସ୍ତୁତ କରି ପିଇପାରିବେ।

LEAVE A REPLY

Please enter your comment!
Please enter your name here