ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଷ୍ଟାର୍ଟଅପ୍ ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନୟାଗଡ଼ର ଏକ ଛୋଟ ଗାଁରୁ ଆସି ବର୍ତ୍ତମାନ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇପାରିଛନ୍ତି। ଭୁବନେଶ୍ଵର ସ୍ଥିତ ବିଜେବି କଲେଜରୁ ଯୁକ୍ତଦୁଇ ପାସ୍ କରିବା ପରେ ଉଭୟ ଆଇଆଇଟି ଏବଂ ଏନ୍‌ଆଇଟିରେ ପଢ଼ିବା ପାଇଁ ଅମୀୟ କ୍ଵାଲିଫାଏ କରିଥିଲେ। ହେଲେ ଆଇଆଇଟି ନଯାଇ ସେ ଏନ୍‌ଆଇଟିରେ ନାମ ଲେଖାଇଥିଲେ।

ସାଧାରଣରେ ଆଇଆଇଟି ପାଇଗଲେ ଲୋକେ ସ୍ଵର୍ଗ ପାଇଗଲା ପରି ଭାବନ୍ତି। କିନ୍ତୁ ଅମୀୟଙ୍କ କ୍ଷେତ୍ରରେ ତାହା ହୋଇ ନଥିଲା। ସେ ଆଇଆଇଟିକୁ ଛାଡ଼ି ଏନ୍‌ଆଇଟିରେ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ଏବାବଦରେ ଅମୀୟଙ୍କୁ ପଚରାଯିବାରୁ ସେ କହିଥିଲେ, “ପିଲାବେଳୁ ଇଲେକ୍‌ଟ୍ରୋନିକ୍ସ ପ୍ରତି ମୋର ଦୁର୍ବଳତା ଥିଲା। ସେତେବେଳେ ବାପାଙ୍କର ଗୋଟେ ଛୋଟ ରେଡିଓ ଥିଲା। ମୁଁ ତାକୁ ଭାଙ୍ଗି ତା ଟ୍ରାଞ୍ଜିଷ୍ଟର ଦେଖେ, ଦଶମ ଶ୍ରେଣୀରେ ଟ୍ରାଞ୍ଜିଷ୍ଟର, ଡାୟୋଡ୍ ବିଷୟରେ ପଢ଼ାହେଲା ବେଳେ ମୁଁ ସେହି ଭଙ୍ଗା ରେଡିଓର ଟ୍ରାଞ୍ଜିଷ୍ଟରକୁ ଦେଖି ପାଠ ବୁଝେ। ସେହିପରି ପ୍ଲସ୍ ଟୁ ରେ ବି ମୁଁ ଇଲେକ୍‌ଟ୍ରେନିସ୍କ ନେଇଥିଲି। ତେଣୁ ମୁଁ ସ୍ଥିର କରିଦେଇଥିଲି କି ମୁଁ ଇଲେକ୍‌ଟ୍ରୋନିସ୍କକୁ ନେଇ କିଛି କରିବି। ଗୋଟେ ପ୍ରକାର କହିବାକୁ ଗଲେ ଆଜି ବି ମୋ ହୃଦୟର କୌଣସି ଗୋଟେ କୋଣରେ ଇଲେକ୍‌ଟ୍ରେନିସ୍କ ହିଁ ଥିବ। ବିଜେବି କଲେଜରୁ ପ୍ଲସ୍ ଟୁ ଶେଷ କରିବା ପରେ ଉଭୟ ଆଇଆଇଟି ଏବଂ ଏନ୍‌ଆଇଟି ପାଇଁ ମୁଁ କ୍ଵାଲିଫାଏ କରିଥାଏ। ଆଇଆଇଟିରେ ଏମଏସ୍‌ସି କରିବା ପାଇଁ ଅପ୍ସନାଲ ଭାବେ ମୋତେ କେମିଷ୍ଟ୍ରି ମିଳିଥିଲା। କିନ୍ତୁ ମୋତେ ଇଲେକ୍‌ଟ୍ରେନିସ୍କକୁ ନେଇ ଆଗକୁ ବଢ଼ିବାର ଥିଲା। ତେଣୁ ମୁଁ ରାଉରକେଲା ଏନ୍‌ଆଇଟିରେ ନାମ ଲେଖାଇଦେଲି।”‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍  ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମୀୟ ସାମନ୍ତରାୟ ତାଙ୍କ ଜୀବନର ଏହି କାହାଣୀ ବିଷୟରେ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପନା କରୁଛନ୍ତି। ‘ଓଡ଼ିଶାଲାଇଭ୍‌’ ଫେସବୁକ୍‌ ଓ ୟୁଟ୍ୟୁବରେ ପ୍ରତି ମାସ ୧ ତାରିଖରେ ଦର୍ଶକମାନେ ଏହି ସାକ୍ଷାତକାର ଦେଖିପାରିବେ।

(ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍‌, କମ୍ୟୁନିଟି ରେଡିଓ ପାର୍ଟନର୍‌: ରେଡିଓ ନମସ୍କାର, ରେଡିଓ ସୁରଭି। ଓଡ଼ିଶାଲାଇଭର ୟୁଟ୍ୟବ୍ ଓ ଫେସବୁକ୍ ପେଜ୍‌ରେ ପ୍ରତି ମାସ ୧ ତାରିଖରେ ଷ୍ଟାର୍ଟଅପ୍‌ ଷ୍ଟୋରିର ନୂଆ ନୂଆ ଅଧ୍ୟାୟ ପ୍ରସାରିତ ହେଉଛି।)

LEAVE A REPLY

Please enter your comment!
Please enter your name here