ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହେଉଥିବାବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାଜ୍ୟରୁ ୧୦ ହଜାର ୨୪୨ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୪୧୮ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପରେ ସୁନ୍ଦରଗଡ଼ରୁ ୯୪୩ ଜଣ, କଟକରୁ ୮୮୭ ଜଣ, ପୁରୀରୁ ୭୦୭ ଜଣ, ସମ୍ଵଲପୁରରୁ ୬୪୧ ଜଣ,  କଳାହାଣ୍ଡିରୁ ୪୬୫ ଜଣ, ବରଗଡ଼ରୁ ୪୪୮ ଜଣ, ଅନୁଗୁଳରୁ ୪୩୮ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୩୩୧ ଜଣ, ବାଲେଶ୍ଵରରୁ ୩୦୧ ଜଣ, ନବରଙ୍ଗପୁରରୁ ୨୯୧ ଜଣ, ବଲାଙ୍ଗୀରରୁ ୨୭୩ ଜଣ, ନୟାଗଡ଼ରୁ ୨୫୪ ଜଣ ବ୍ୟକ୍ତି କରୋନା ଯୁଦ୍ଧରେ ଜିତିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି।

Comment