ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ ଦେଶରେ ଏବେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି, ଯାହାର ନାମ ‘ହ୍ୱାଇଟ୍ ଫଙ୍ଗସ୍‌’। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ‘ବ୍ଲାକ୍ ଫଙ୍ଗସ୍‌’ ତୁଳନାରେ ‘ହ୍ୱାଇଟ୍ ଫଙ୍ଗସ୍’ ଅଧିକ ମାରାତ୍ମକ। ତେଣୁ ଆଗୁଆ ସତର୍କତା ଆପଣାଇବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ହ୍ୱାଇଟ୍ ଫଙ୍ଗସ୍ କ’ଣ?

ହ୍ୱାଇଟ୍ ଫଙ୍ଗସ୍ ହେଉଛି ଏକ ଫଙ୍ଗାଲ ଇନଫେକ୍ସନ ରୋଗ। ବ୍ଲାକ୍ ଫଙ୍ଗସ୍ ଠାରୁ ଏହା ଶୀଘ୍ର ଶରୀରରେ ବ୍ୟାପିଥାଏ। ଏହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ। ଏହା ସହିତ ନଖ, ଚର୍ମ, ପାକସ୍ଥଳୀ, କିଡ୍‌ନୀ, ମସ୍ତିସ୍କ, ଯୌନାଙ୍ଗ ଓ ପାଟି ଆଦିକୁ ସଂକ୍ରମିତ କରିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ, ଏହା ଶୀଘ୍ର ବ୍ୟାପିଥାଏ।କେଉଁମାନେ ବେଶି ସତର୍କ ରହିବେ?

  • ଡାଇବେଟିସ୍ ରୋଗୀ
  • ଯେଉଁମାନେ ଷ୍ଟେରଏଡ୍ ନେଉଛନ୍ତି
  • କର୍କଟ ରୋଗୀ
  • ମହିଳା ଓ ଶିଶୁମାନେ
  • ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି
  • ଅକ୍ସିଜେନ୍ ସପୋର୍ଟରେ ରହୁଥିବା କରୋନା ରୋଗୀ

ଲକ୍ଷଣ ସତର୍କତା

ବିଶେଷକରି କରୋନା ରୋଗୀମାନଙ୍କୁ ଏହି କବକ ଶୀଘ୍ର ସଂକ୍ରମିତ କରୁଛି। ସଂକ୍ରମିତଙ୍କ ଫୁସ୍‌ଫୁସ୍‌ରେ ହ୍ୱାଇଟ ଫଙ୍ଗସ୍ ଏକ ଧଳା ରଙ୍ଗର ଦାଗ ପକାଉଥିବା ଜଣାପଡ଼ିଛି। ମ୍ୟୁକସ କଲଚର ପ୍ରକ୍ରିୟାରେ ଏହି ଫଙ୍ଗସ୍ ଚିହ୍ନଟ କରାଯାଇଥାଏ।

ହ୍ୱାଇଟ ଫଙ୍ଗସ୍‌ରୁ ବର୍ତ୍ତିବାକୁ ହେଲେ ପରିଷ୍କାର ପରିଚ୍ଛନ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଥିସହ ସର୍ବଦା ହାତକୁ ସାନିଟାଇଜ୍ କରିବା, ବଜାରରୁ ଆସୁଥିବା ସାମଗ୍ରୀକୁ ବିଶୋଧନ କରିବା, ଘରର ଚାରିପାଖ ସଫାସୁତୁରା ରଖିବା ଆଦି ଉପରେ ବେଶି ଗୁରୁତ୍ୱ ଦେଲେ ହିଁ ହ୍ଵାଇଟ୍ ଫଙ୍ଗସ୍‌ର ମୁକାବିଲା କରାଯାଇପାରିବ।

Comment