ଓଡ଼ିଶାଲାଇଭ୍ ବ୍ୟୁରୋ

ଅତି ଭୀଷଣ ବାତ୍ୟାର ରୂପରେ ବାତ୍ୟା ୟାସ୍ ଧୀରେ ଧୀରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏବେ ଏହାର ଘଣ୍ଟାପ୍ରତି ବେଗ ୧୫ କିଲୋମିଟର ରହିଛି। ଆଜି ମଧ୍ୟାହ୍ନ ବେଳକୁ ଏହା ଭଦ୍ରକର ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହୋଇପାରେ। ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପୂର୍ବାପେକ୍ଷା କମ ରହିବ।ପୂର୍ବରୁ ପବନର ବେଗ ସର୍ବାଧିକ ୧୮୫ କିଲୋମିଟର ରହିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହା ୧୩୦ରୁ ୧୪୦ କିଲୋମିଟର ରହିବାର ସମ୍ଭାବନା ରହିଛି। ତେବେ ପବନର ବେଗ କମ ରହିବାର ସମ୍ଭାବନା ଥିଲେ ହେଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି।

Comment