ଓଡ଼ିଶାଲାଇଭ୍ ବ୍ୟୁରୋ

online classଜୁନ୍ ପହିଲାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ। ଏନେଇ ଶନିବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଏହି ନିର୍ଦ୍ଦେଶନାମା କୁହାଯାଇଛି ଯେ, କରୋନା ସଂକ୍ରମଣ ପାଇଁ ଏବେ ଶ୍ରେଣୀ ଗୃହରେ ପାଠପଢ଼ା ସମ୍ଭବ ନୁହେଁ। ତେଣୁ ମେ’ ୩୧ରେ ଗ୍ରୀଷ୍ମ ଛୁଟି ସରିବା ପରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ।BJB Auto. Collegeଏଥିସହ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଲେଜ ଓ ବିଶ୍ଵବିଦ୍ୟାଳୟରେ ହଷ୍ଟେଲଗୁଡ଼ିକ ବନ୍ଦ ରହିବ। ଛାତ୍ରଛାତ୍ରୀମାନେ କେବଳ ଅନଲାଇନ୍ ଜରିଆରେ କ୍ଲାସ୍ କରିବେ।

ସେହିପରି ପରୀକ୍ଷା ସମ୍ପର୍କରେ ୟୁଜିସି ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ବିଷୟରେ ସୂଚିତ କରାଯିବ।

ରାଜ୍ୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ସରକାର ମେ’ ମାସ ପ୍ରଥମ ସପ୍ତାହରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ସହିତ ମେ’ ୩୧ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here