ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ
  • ଦକ୍ଷିଣ ଓଡ଼ିଶାରେ ଆଜି ପ୍ରବଳ ବର୍ଷିବ
  • ୪୮ ଘଣ୍ଟାରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଗୁରୁବାର ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଜୁନ୍ ୧୧ ବେଳକୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ଆକଳନର ୨୪ ଘଣ୍ଟା ପୂର୍ବରୁ ଏହା ଓଡ଼ିଶା ଉପକୂଳ ଛୁଇଁସାରିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଅପରାହ୍‌ଣ ପରେ ଏହା ପ୍ରବଳ ବର୍ଷାରେ ପରିଣତ ହେବ।ସେହିପରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସାରା ରାଜ୍ୟକୁ ଛୁଇଁବା ସହିତ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି।

ମୌସୁମୀ ପ୍ରଭାବରେ ଏବର୍ଷ ସାରା ରାଜ୍ୟରେ ସ୍ଵାଭାବିକ ପରିମାଣର ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here