ଓଡ଼ିଶାଲାଇଭ୍ ବ୍ୟୁରୋMatric Exam Result

  • ମୋଟ୍ ପାସ୍ ହାର ୯୭.୮୯ ପ୍ରତିଶତ
  • ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
  • ଏ-୧ରେ ୨୬୫୬ ଜଣ, ଏ-୨ରେ ୨୨୧୩୧ ଜଣ ପାସ୍
  • ବି-୧ରେ ୫୨୨୯୯ ଜଣ, ବି-୨ରେ ୯୪୪୭୫ ଜଣ ପାସ୍

ବହୁ ଦିନର ପ୍ରତୀକ୍ଷା ପରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ବୁଧବାର ଅପରାହ୍‌ଣ ୪ଟାରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ (ବୋର୍ଡ)ରେ ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍‌ ହାର ୯୭.୮୯ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଏବର୍ଷ ୧୯.୧୩ ପ୍ରତିଶତ ପାସ୍ ହାର ବଢ଼ିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଚଳିତବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ୍ ହୋଇଛନ୍ତି। ତେବେ ଏବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଚଳିତବର୍ଷ ୨,୮୧,୬୫୮ ଛାତ୍ରୀ ପାସ୍ କରିଥିବା ୨,୮୦,୩୫୨ ଜଣ ଛାତ୍ର ପାସ୍ କରିଛନ୍ତି।Samir Dashଏଥିସହ ଗ୍ରେଡ୍ ଏ-୧ରେ ୨୬୫୬ ଜଣ, ଏ-୨ରେ ୨୨୧୩୧ ଜଣ, ବି-୧ରେ ୫୨୨୯୯ ଜଣ, ବି-୨ରେ ୯୪୪୭୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିବା ସମସ୍ତ ୫୪୪୫ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ୫୪୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭୫୨ ଜଣ ପାସ୍ କରିଛନ୍ତି। ମଧ୍ୟମା(ସଂସ୍କୃତ)ରେ ୪୭୧୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୬୨୨ ଜଣ ପାସ୍ କରିଛନ୍ତି। ସେହିପରି ଏକ୍ସ-ରେଗୁଲାର ବର୍ଗର ମୋଟ୍ ୫୩୨୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୭୦୬୦ ଜଣ ପାସ୍ କରିଛନ୍ତି। ଅନ୍ୟପଟେ ମାଦ୍ରାସାରୁ ୨୧୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ବିନା ମାଟ୍ରିକ ପରୀକ୍ଷାରେ ଫଳ ପ୍ରକାଶ ପାଇଛି। କରୋନା ସଂକ୍ରମଣ ପାଇଁ ସ୍କୁଲ ବନ୍ଦ ରହିଛି। ତେଣୁ ଏଥର ମାଟ୍ରିକ ପରୀକ୍ଷା ହୋଇ ନଥିଲା। ପ୍ରି-ବୋର୍ଡ ପରୀକ୍ଷା ଫଳକୁ ଆଧାର କରି ବୋର୍ଡ ପକ୍ଷରୁ ଏଥର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରେଜଲ୍ଟକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନଥିବେ ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ ତାରିଖରେ ଫର୍ମ ବାହାରିବ। ତେବେ ପରୀକ୍ଷା କେଉଁ ପ୍ରକାରେ ହେବ ସେନେଇ ବୋର୍ଡ ପକ୍ଷରୁ ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ।

ପିଲାମାନେ www.bseodisha.ac.in ଏବଂ www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ। ଏଥିସହ ORO1<roll no> ଲେଖି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍ କରି ରେଜଲ୍ଟ ଜାଣିପାରିବେ।

Comment