ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ ଏସ୍‌ଓପି ଅନୁସାରେ ଗୁରୁବାରଠାରୁ ୨ ଦିନ ଯାଏଁ ଶ୍ରୀମନ୍ଦିରର ସେବକ ପରିବାରକୁ ଦର୍ଶନ ଅନୁମତି ମିଳିଛି। ସେମାନେ ନିଜର ପରିଚୟ ପତ୍ର ବା ବୀମା କାର୍ଡ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଏହାପରେ ଅଗଷ୍ଟ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ ସେମାନଙ୍କୁ ଆଧାରକାର୍ଡ କିମ୍ବା ଭୋଟ୍‌ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।

ସେହିପରି ଅଗଷ୍ଟ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି ମିଳିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତକୁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର୍‌ ରିପୋର୍ଟ କିମ୍ବା ଦୁଇଟି୍‌ ଡୋଜ୍‌ ଟିକା ନେଇଥିବାର ଆରଟିପିସିଆର୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ।

ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ଦର୍ଶନ ସମୟରେ କୋଭିଡ୍‌ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ କୁହାଯାଇଛି। ଏହାଛଡ଼ା ଜନ୍ମାଷ୍ଟମୀ, ଗଣେଷ ପୂଜା ଭଳି ବଡ଼ ବଡ଼ ପୂଜା ବେଳେ ଶ୍ରମିନ୍ଦର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି।

କୋଭିଡ୍‌ ସଂକ୍ରମଣ ପାଇଁ ଗତ ଏପ୍ରିଲ ମାସରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି। ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ହେଉଥିଲା।

LEAVE A REPLY

Please enter your comment!
Please enter your name here