ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ୧୮ ବର୍ଷରୁ କମ୍‌ ପିଲାଙ୍କଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ଏହି ସଂକ୍ରମଣ ସଂଖ୍ୟା ଶହେ ଉପରେ ରହୁଛି। ପିଲାଙ୍କଠାରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି।

‘‘ପ୍ରଥମ ଓ ଦ୍ୱିତୀୟ ଲହରରେ ବି ରାଜ୍ୟରେ ଶିଶୁ ସଂକ୍ରମଣ ସଂଖ୍ୟା ଶହେ ଉପରେ ରହୁଥିଲା। ଏବେ ବି ସେହି ସମାନ ସ୍ଥିତି ଅଛି। ତେଣୁ ଡରିବାର ନାହିଁ। ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହିଥିଲେ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବ୍ୟବସ୍ଥା କରାଯାଉଛି’’, କହିଛନ୍ତି ବିଜୟ ପାଣିଗ୍ରାହୀ।

ଅନ୍ୟପଟେ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ମଧ୍ୟ କହିଛନ୍ତ ଯେ, ଶିଶୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଯେଉଁ ପିଲାଙ୍କୁ ହସ୍ପିଟାଲରେ ଆଡମିସନ ଦରକାର ପଡ଼ୁଛି ସେମାନଙ୍କୁ ଭର୍ତ୍ତି କରାଯାଉଛି। ଆବଶ୍ୟକ ହେଲେ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ।

LEAVE A REPLY

Please enter your comment!
Please enter your name here