ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ସାକ୍ଷୀ ମହତାବ। ଭର୍ତ୍ତୃହରିଙ୍କ ପରିବାର ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଅଗଷ୍ଟ ୧୭ରେ ମଧ୍ୟପ୍ରଦେଶସ୍ଥିତ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ।

ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଶ୍ଵଶୁର ଭର୍ତ୍ତୃହରି ମହତାବ, ଶାଶୂ ମହାଶ୍ଵେତା ମହତାବ ଏବଂ ସ୍ଵାମୀ ଲୋକରଞ୍ଜନ ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ କରିଛନ୍ତି ସାକ୍ଷୀ।  ସାକ୍ଷୀଙ୍କ ଅଭିଯୋଗ ଅନୁସାରେ ୨୦୧୬ରେ ବାହାଘର ସମୟରେ ତାଙ୍କ ପରିବାର ଦେଢ଼ କୋଟି ଟଙ୍କା ଯୌତୁକ ବାବଦକୁ ଦେଇଥିଲେ। କିନ୍ତୁ ବାହାଘରର କିଛି ଦିନ ପରେ ତାଙ୍କ ସ୍ଵାମୀ ଏବଂ ଶ୍ଵଶୁର ଆହୁରି ଟଙ୍କା ଆଣିବା ପାଇଁ କହିଥିଲେ। ଏଥିଲାଗି ସେମାନେ ସାକ୍ଷୀଙ୍କୁ ନିର୍ଯାତନା ଦେଇଥିବା ମଧ୍ୟ ସାକ୍ଷୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here