ଓଡ଼ିଶାଲାଇଭ୍ ବ୍ୟୁରୋ

- ସଂଶୋଧିତ ହେବ ଓଡ଼ିଶା ପଞ୍ଚାୟତ ଆଇନ
- ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ
- ଭୁଲ ତଥ୍ୟ ପାଇଁ ଜେଲଦଣ୍ଡ
- ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିବ କ୍ଷମତା
ଆଗକୁ ପଞ୍ଚାୟତ ନିର୍ବାଚନ। ଏ ନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ଵାରା ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବେ। ସମସ୍ତ ପ୍ରାର୍ଥୀ ଅପରାଧିକ ମାମଲା, ସମ୍ପତ୍ତି ତାଲିକା ଏବଂ ଶିକ୍ଷାଗତ ଯୋଗ୍ୟତାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି।
ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀଙ୍କୁ ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଭୁଲ ତଥ୍ୟ ପ୍ରଦାନ କଲେ ପ୍ରାର୍ଥୀଙ୍କୁ ୬ମାସର ଜେଲଦଣ୍ଡ ସହ ଜରିମାନା ଦେବାକୁ ପଡ଼ିବ।
ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏଣିକି ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ମିଳିବ। ପଞ୍ଚାୟତ ସ୍ତରରେ ରିଲିଫ, ପୁନଃ ଥଇଥାନ ଓ ପୁନଃ ନିର୍ମାଣ ଆଦି କ୍ଷେତ୍ରରେ ସେମାନଙ୍କୁ ସାମିଲ କରାଯିବ।















