ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଦୁଇମାସ ବିଳମ୍ବରେ ଆସିଥିଲା। ଯଦି ଆଇସିଏମ୍ଆରର ଆକଳନ ଅନୁଯାୟୀ ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ମଧ୍ୟ ତୃତୀୟ ଲହର ଆସିବ। ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ଏହା ଆସନ୍ତା ବର୍ଷ ଫେବ୍ରୁଆରି ଶେଷ ସୁଦ୍ଧା ଶୀର୍ଷରେ ପହଞ୍ଚିବାର ସମ୍ଭାବନା ଥିବା କହିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଶିଶୁ ରୋଗ ବିଭାଗ ପ୍ରସ୍ତୁତ ରହିବା ସହ ସ୍ଵାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ଅକ୍ସିଜେନ ଏବଂ ଔଷଧ ମହଜୁତ ରଖାଯାଇଛି। ସର୍ଭେ ଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ଵ ଦିଆଯାଉଥିବା ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୦ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୯୩ ଓ ଲୋକାଲ କେସ୍ ୬୩ଟି ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୪ ହଜାର ୧୬୦ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here