ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ପଞ୍ଚମ ଆକ୍ରାନ୍ତ ଜଣକ ରାଜ୍ୟ ବାହାରୁ ଫେରିଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ନିକଟରେ କତାର, କଙ୍ଗୋ ଏବଂ ୟୁଏଇ ଆଦି ଦେଶରୁ ଫେରିଥିବା ବେଳେ ପଞ୍ଚମ ଆକ୍ରାନ୍ତ ଜଣକ ହାଇଦ୍ରାବାଦ ଏବଂ ରାୟପୁରରୁ ଓଡ଼ିଶା ଫେରିଛନ୍ତି। ତେବେ ସମସ୍ତ ୫ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।ଆଜି ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଅନ୍ୟପଟେ ଆଜି ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର କରୋନା ପରୀକ୍ଷା କରାଯାଇଛି। ଏଥିରେ ଜଣେ କରୋନା ପଜିଟିଭ୍ ବାହାରିଛନ୍ତି।

LEAVE A REPLY

Please enter your comment!
Please enter your name here