ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପିକନିକ୍ ଆୟୋଜନ ଉପରେ କଟକଣା ଲଗାଇଛନ୍ତି ସରକାର। ସେହିପରି ପୂର୍ବ ଭଳି ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍ ୫ଟା ଯାଏଁ ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି।
ଜାନୁଆରି ଗାଇଡଲାଇନ୍ରେ ଆଉ କ’ଣ ସବୁ ନିୟମ ରହିଛି ଜାଣନ୍ତୁ:
- ଜାନୁଆରି ମାସରେ ପିକନିକ୍ ଯିବା ଉପରେ ରୋକ୍ ଲଗାଇଛନ୍ତି ସରକାର
- ରାତି ୧୦ରୁ ସକାଳ ୫ଟା ଯାଏଁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ବଳବତ୍ତର
- ପାର୍କ, ବେଳାଭୂମି ଆଦିରେ ପିକନିକ୍ ଉପରେ କଟକଣା
- ହୋଟେଲ, ମଲ୍, ପାର୍କରେ ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମକୁ ବାରଣ
- ଶିକ୍ଷାନୁଷ୍ଠାନ ପକ୍ଷରୁ ପିକନିକ୍ ଆୟୋଜନ ଉପରେ ରୋକ୍
- ବାର୍ଷିକ ଉତ୍ସବ, ଆନିଭର୍ସାରୀ, ପାର୍ଟି ପାଳନ ବି ବନ୍ଦ
- ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ ଉପରେ ବି ଲାଗିଲା ରୋକ୍
- ରାଜନୈତି ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
- କୋଭିଡ ନିୟମ ଭିତରେ ହେବ ଯାତ୍ରା, ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ
- ଯାତ୍ରାରେ ସର୍ବାଧିକ ୧୦୦୦ ଜଣଙ୍କୁ ଅନୁମତି
- ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ୍
- ସିନେମା ହଲ୍ ପାଇଁ ଦୁଇ ଡୋଜ୍ ଟିକା କିମ୍ବା ଟେଷ୍ଟ୍ ରିପୋର୍ଟ ଜରୁରୀ