ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ଆରମ୍ଭରୁ ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି। ଲଗାତାର ଦୁଇ ଦିନ ହେଲାରେ ରାଜ୍ୟର ଦୈନିକ କୋଭିଡ୍ କେସ୍ ୫୦୦ ମୁହାଁ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୨୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିମଧ୍ୟରୁ କ୍ଵାରେଣ୍ଟିନ୍‌ରୁ ୨୪୬ ଜଣ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୧୭୮। ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ନୂଆ କରୋନା ପଜିଟିଭ୍ ବାହାରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୬ ଜଣ, ବାଲେଶ୍ଵରରୁ ୨୯ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ, ସମ୍ଵଲପୁରରୁ ୨୨ ଜଣ ପଜିଟିଭ୍ ବାହାରିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କେସ୍ ରହିଛି।

ଜାନୁଆରି ୧ ତାରିଖରେ ମଧ୍ୟ ରାଜ୍ୟରୁ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଲଗାତାର ଦୁଇଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ଏହାପୂର୍ବରୁ ଡିସେମ୍ଵର ମାସରେ ସାଧାରଣତଃ ଦୈନିକ କରୋନା କେସ୍ ୩୦୦ ମଧ୍ୟରେ ରହୁଥିଲା।ଅନ୍ୟପକ୍ଷେ ରାଜ୍ୟରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଦିନ ରାଜ୍ୟରୁ ଏକାଥରକେ ୨୩ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଟି ଜିଲ୍ଲାରୁ ସମସ୍ତ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ବାହାରି ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ସୁସ୍ଥା ହୋଇ ଘରକୁ ଫେରିଛନ୍ତି ଏବଂ ୮ ହଜାର ୪୬୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ରାଜ୍ୟରେ ୨,୩୫୫ଟି ସକ୍ରିୟ କରୋନା କେସ୍ ରହିଛି।

Comment