ଓଡ଼ିଶାଲାଇଭ୍ ବ୍ୟୁରୋ 

ରାଜ୍ୟରେ କରୋନା ସଂକ୍ରମଣ ତୀବ୍ର ବେଗରେ ବଢୁଥିବାରୁ ସରକାର କୋଭିଡ୍ କଟକଣାକୁ କଡ଼ାକଡ଼ି କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିଥିବା ବେଳେ ଆଜିଠାରୁ ରାଜ୍ୟରେ ସମସ୍ତବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜ ଖୋଲା ରହିବ।BJB Auto. Collegeତେବେ ଯେଉଁ କଲେଜରେ ଅଫଲାଇନ୍ ପରୀକ୍ଷା ଚାଲିଥିବ ତାହାକୁ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିଲେ ମଧ୍ୟ କଲେଜ ଓ ୟୁନିଭର୍ସିଟିର ଶିକ୍ଷକମାନେ ଡ୍ୟୁଟିରେ ରହିବେ। ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ।

ଅନ୍ୟପଟେ କଲେଜ ଏବଂ ୟୁନିଭର୍ସିଟର ହଷ୍ଟେଲଗୁଡ଼ିକ ମଧ୍ୟ ଆଜିଠାରୁ ବନ୍ଦ ରହିବ। ତେବେ ପିଏଚ୍‌ଡି ସ୍କଲାର, ପ୍ରୋଜେକ୍ଟରେ କାମ କରୁଥିବା ଛାତ୍ରାଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ହଷ୍ଟେଲରେ ରହିପାରିବେ। ଏଥିସହିତ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ବନ୍ଦ ରହିବ। ଅନଲାଇନରେ କୋଚିଂ କ୍ଲାସ୍ କରିବାକୁ ଅନୁମତି ମିଳିଛି। ଶୁକ୍ରବାର ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ଏହା ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here