ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ହେଉଛି ଦେଶର ସବୁଠାରୁ ଧନୀ ଜାତୀୟ ରାଜନୈତିକ ଦଳ। ଦେଶର ୭ଟି ପ୍ରମୁଖ ଦଳର ସମ୍ପତ୍ତି ତାଲିକାର ସର୍ବାଗ୍ରେ ରହିଛି ବିଜେପି। ଦଳ ପାଖରେ ମୋଟ ୪,୮୪୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଥିବା ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ରିପୋର୍ଟରୁ ଏହା ଜଣାପଡ଼ିଛି।

ସେହିପରି ବହୁଜନ ସମାଜପାର୍ଟି(ବିଏସପି) ସମ୍ପତ୍ତି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ବିଏସପିର ମୋଟ ସମ୍ପତ୍ତି ରହିଛି ୬୯୮.୩୩ କୋଟି ଟଙ୍କା। କଂଗ୍ରେସ ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। କଂଗ୍ରେସର ମୋଟ ସମ୍ପତ୍ତି ରହିଛି ୫୮୮.୧୬ କୋଟି ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷରେ ୭ଟି ଜାତୀୟ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୬୯୮୮.୫୭ କୋଟି ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୭ଟି ଜାତୀୟ ରାଜନୈତିକ ଦଳ ଏବଂ ୪୪ଟି ଆଞ୍ଚଳିକ ଦଳ ସମ୍ପତ୍ତି ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here