ଓଡ଼ିଶାଲାଇଭ୍ ବ୍ୟୁରୋ

 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ‘ନାରୀଶକ୍ତି’ ପୁରସ୍କାର। ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୨୧ ବର୍ଷ ପାଇଁ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାର ମିଳିଛି। ବର୍ଷ ୨୦୨୦ ଏବଂ ୨୦୨୧ ମସିହା ପାଇଁ ମୋଟ ୨୯ ଜଣଙ୍କ ନାଁ ନାରୀଶକ୍ତି ପୁରସ୍କାର ପାଇଁ ସାମିଲ ହୋଇଥିଲା। ଯେଉଁଥିରେ ଓଡ଼ିଶାର ଜଣାଶୁଣା ସାମାଜିକ କର୍ମୀ ଡକ୍ଟର ଶ୍ରୁତି ମହାପାତ୍ର ରହିଥିଲେ। ଭିନ୍ନକ୍ଷମଙ୍କ ଅଧିକାର ଏବଂ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀଶକ୍ତି ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରି ପ୍ରଶଂସା କରିଥିଲେ।

ନାରୀ ସଶକ୍ତିକରଣ ଓ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରତିଭାଶାଳୀ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ନାରୀଶକ୍ତି ସମ୍ମାନ ପ୍ରଦାନ କରାଯାଉଛି। କୋଭିଡ ପରିସ୍ଥିତି ଯୋଗୁଁ ବର୍ଷ ୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯାଇପାରି ନଥିଲା।

Tag: #Women’sDay2022 #BreakTheBias #InternationalDay2022 #DrShrutiMohapatra #NariShaktiSamman #PresidentOfIndia #RamNathKovind

LEAVE A REPLY

Please enter your comment!
Please enter your name here