ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ କରିଛି ଜୟପୁର ଟାଉନ ପୋଲିସ। ପୋଲିସ ପେଟ୍ରୋଲିଂ କରୁଥିବାବେଳେ ହାତୀଶାଳ ରାସ୍ତାରେ ୟୁପି ୮ଓବି ଟି ୮୫୪୩ ନମ୍ବର ବିଶିଷ୍ଟ ଏକ ଟ୍ରକ ଆସୁଥିଲା। ପୋଲିସକୁ ଦେଖି ଟ୍ରକର ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲା। କୋରାପୁଟ ଜିଲ୍ଲା ହାଟପଦା ନିକଟରେ ଟ୍ରକଟିକୁ ରଖି ଡ୍ରାଇଭର ଚମ୍ପଟ ମାରିଥିଲା।
ପୋଲିସ୍ ଟ୍ରକ୍ଟିକୁ ଥାନାକୁ ଆଣି ଯାଞ୍ଚ କରିଥିଲା। ଟ୍ରକରେ ୩୦ଟି ମୁଢ଼ି ବସ୍ତା ରହିଥିବା ଦେଖିବାକୁ ମିଳିଥିଲା। ସବୁ ମୁଢ଼ି ବସ୍ତା ଗୋଟି ଗୋଟି କରି ଖୋଲିବା ପରେ ସେଥରୁ ପୋଲିସ୍କୁ ୫୭୮ କେଜି ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଟାଉନ ଥାନା ଏସଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି। ଏକ ସାମ୍ବାଦିକ ସମ୍ମଳନି କରି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଏହି ସୂଚନା ଦେଇଛନ୍ତି।
Tags: #Ganja #Seized #IlligalTransport #Police #Joypure