ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ ହେବା ପରେ ଏବେ ଶ୍ରୀନଅର ନିକଟରେ ଥିବା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ। ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା। ବୁଧବାର ସକାଳୁ ବିଶ୍ଵକର୍ମା ମହାରଣା ଏବଂ କରତୀ ସେବାୟତ ଖଳାରେ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି।

ତିନିଠାକୁରଙ୍କ ତିନୋଟି ରଥ ପାଇଁ ନିର୍ମାଣ ହେବ ୪୨ଟି ଚକ। ଆଗକୁ ରଥ ଯାତ୍ରା। ଏଣେ ରଥ ନିର୍ମାଣ ଚାଲିଥିବାବେଳେ ଏବେଠାରୁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ଅକ୍ଷୟ ତୃତୀୟା ଅବସରରେ ପୁରୀ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସୁନା ଏବଂ ରୁପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା।

ଅନ୍ୟପଟେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଚନ୍ଦନ ପୁଷ୍କରିଣୀରେ ବଡ଼ଠାକୁରଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରୁଛନ୍ତି। ମଦନ ମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମକୃଷ୍ଣ ଏବଂ ପଞ୍ଚୁପାଣ୍ଡବଙ୍କୁ ନେଇ ନୌକାବିହାର କରୁଛନ୍ତି। ରୌଦ୍ରତାପରୁ ମୁକ୍ତି ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦନ ପୁଷ୍କରିଣୀରେ ଚାପ ଖେଳନ୍ତି ବୋଲି ପୂର୍ବରୁ ବିଶ୍ଵାସ ରହିଆସିଛି।

Tags: #CarFestival #AkshayaTritiya #Puri #ShreeJagannath

LEAVE A REPLY

Please enter your comment!
Please enter your name here