ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ଵିତୀୟ ସମଦ୍ଵୟ ବୈଠକ। ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ବୈଠକରେ ଆଲୋଚନା ହୋଇଛି।

ବୈଠକରେ ସୁରକ୍ଷା ବ୍ୟବସ୍ଥା, ରାସ୍ତାଘାଟ, ପରିମଳ ବ୍ୟବସ୍ଥା, ଟ୍ରାପିକ୍ ନିୟନ୍ତ୍ରଣ, ସ୍ଵାସ୍ଥ୍ୟସେବା, ପରିବନ ଏବଂ ରେଳ ଚଳାଚଳ ଆଦି ଉପରେ ବ୍ୟାପକ ଆଲୋଚନା ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଶ୍ରୀକ୍ଷେତ୍ର ପୁରୀ। ବଡ଼ଦାଣ୍ଡଠାରୁ ଆରମ୍ଭ କରି ସହରର ଗଳିକନ୍ଦିରେ ଜଗିବ ସିସିଟିଭି। ସମନ୍ଵିତ ନିୟନ୍ତ୍ରଣ କମାଣ୍ଡ ସେଣ୍ଟର ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ରଥଯାତ୍ରା ସମୟରେ ପୁରୀରେ ବହୁ ଭକ୍ତଙ୍କ ସମାଗମ ହେବ। ତେଣୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଖାଦ୍ୟ ବିକ୍ରି, ଭକ୍ତଙ୍କ ସୁରକ୍ଷା ତଥା ରଥଯାତ୍ରା ସମୟରେ ବଡ଼ ଠାକୁରଙ୍କ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ରଥଯାତ୍ରା ସମୟରେ ଭକ୍ତଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ନିୟୋଜିତ ହେବେ ୩୦୦ ଡାକ୍ତର। ପୁରୀକୁ ଗଡ଼ିବ ୩୬୫ଟି ସ୍ଵତନ୍ତ୍ର ଟ୍ରେନ। ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବୈଠକରେ ଆଲୋଚନା ହୋଇଛି।

Tags: #RathaYatra #WorldFamousPuriRathaYatra #CoordinationMeeting #Puri #Odisha

Comment