ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟକୁ ପୁଣି ଫେରିଛି ସ୍ଵାଇନ ଫ୍ଲୁ। ରାଜ୍ୟରେ ଶୁକ୍ରବାର ଦୁଇଜଣ ସ୍ଵାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ଯୁବକ ଏବଂ ଜଣେ ୨୮ ବର୍ଷୀୟ ମହିଳା ରହିଛନ୍ତି। ଜଣକ ଘର ଭୁବନେଶ୍ଵର ହୋଇଥିବା ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡ଼ିଛି। ଉଭୟ ଭୁବନେଶ୍ଵରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଶୁକ୍ରବାର ଦିନ ଚିହ୍ନଟ ହୋଇଥିବା ଦୁଇ ସ୍ଵାଇନ ପ୍ଲୁ ରୋଗୀଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଉଭୟଙ୍କଠାରେ ସ୍ଵାଇନ ଫ୍ଲୁ ଲକ୍ଷଣ ଦେଖା ଦେବା ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଦୁଇ ସ୍ଵାଇନ ଫ୍ଲୁ ରୋଗୀଙ୍କୁ ଆଇସୋଲେସନରେ ରହିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

#Tags: #SwineFlu #Health #Hospital #Odisha #Diesase

LEAVE A REPLY

Please enter your comment!
Please enter your name here