ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷରେ ନିଲମ୍ବିତ ହେଲେ ବିବାଦୀୟ ସୁନ୍ଦରଗଡ଼ ଆଇଆଇସି ସ୍ନିଗ୍ଧାରାଣୀ ସୁନା। ସ୍ନିଗ୍ଧାରାଣୀ ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୨ ତାରିଖରେ ସ୍ନିଗ୍ଧାରାଣୀ ସୁନାଙ୍କ କାର୍ ଧକ୍କାରେ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡ଼ବାହାଲି ଛକରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ କାର୍ ଚାଳକ ଅଜୟ ଜେଠୀ। ଦୁର୍ଘଟଣାର ୫ ଦିନ ପରେ ସ୍ନିଗ୍ଧାରାଣୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି।

ଜୁଲାଇ ୧୨ ତାରିଖ ଭୋର ସମୟରେ ସ୍ନିଗ୍ଧାରାଣୀ ସୁନାଙ୍କ କାର ଭୁଲ ଦିଗରୁ ଆସି ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଛିଡ଼ା ହୋଥିବା ଗୋଟିଏ ଅଟୋ ଏବଂ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟମାନେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ଘଟାଇବା ପରେ ଉଭୟ ସ୍ନିଗ୍ଧାରାଣୀ ସୁନା ଏବଂ କାର ଚାଳକ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ଅଡ଼ୁଆ ବଢ଼ିଯାଇଥିଲା। ଶେଷର ଆଜି ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି।

Tags: #Police #Crime #Accident #Death #Suspend

LEAVE A REPLY

Please enter your comment!
Please enter your name here