ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା କମିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୮୧ ଜଣ ନୂଆ କୋଭିଡ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୬୬ ଜଣ ରହିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୭୫ ଏବଂ ଲୋକାଲ କଣ୍ଟାକ୍ଟ ୪୦୬ଟି ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦ ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୬,୬୩୨ଟି ସକ୍ରିୟ ମାମଲା ରହିଛି।

ଗତ ୫ ଦିନର ରିପୋର୍ଟକୁ ଦେଖିଲେ ଧୀରେ ଧୀରେ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି। ଜୁଲାଇ ୨୯ ତାରିଖର ରିପୋର୍ଟ ଅନୁସାରେ ରେଜ୍ୟରେ ୧,୦୨୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ୨୮ ତାରିଖରେ ୧,୦୬୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୪ ଜଣ ରହିଥିଲେ। ସେହିପରି ଜୁଲାଇ ୨୭ ତାରିଖରେ ୧,୧୭୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଜୁଲାଇ ମାସରେ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଥିଲା। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା। ରାଜଧାନୀ ଭୁବନେଶ୍ଵରରେ କୋଭିଡ ମାମଲା ଅଧିକ ବାହାରୁ ଥିବାରୁ ଏଠାରେ କଟକଣାକୁ କେଡ଼ାକଡ଼ି କରାଯାଇଥିଲା। ମାସ୍କ ପରିଧାନକୁ ବିଧ୍ୟତାମୂଳକ କରିବା ସହ ଦୋକାନ, ବଜାର, ସର୍ବସାଧାରଣ ସ୍ଥାନ ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା।

Tags: #Corona #Covid19 #CoronaVirus #CovidInOdisha

LEAVE A REPLY

Please enter your comment!
Please enter your name here