ଓଡ଼ିଶାଲାଇଭ୍ ବ୍ୟୁରୋ
- ଅନଲାଇନ ଆବେଦନର ଶେଷ ତାରିଖ ଅଗଷ୍ଟ ୨୫
- ଅଗଷ୍ଟ ୩୧ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ
- ସେପ୍ଟେମ୍ବର ୨ରୁ ନାମ ଲେଖା ଆରମ୍ଭ
ଯୁକ୍ତ ୩ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ www.samsodisha.gov.in (ସାମ୍ସ) ଓ୍ଵେବ ସାଇଟରେ ନାମଲେଖାଇବା ନିମନ୍ତେ ଆବେଦନ କରିପାରିବେ।
ଯୁକ୍ତ ୩ ଆଡମିସନ ନିମନ୍ତେ ଆସନ୍ତା ୩୧ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ବିଭିନ୍ନ କଲେଜରେ ଖାଲିପଡ଼ଥିବା ସିଟ ତାଲିକା ସାମ୍ସ ଓ୍ଵେବ ସାଇଟରେ ପ୍ରକାଶ କରାଯିବ।
Tags: #Education #Admisiom #Results #Students #MeritList #Application