ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡକୁ ନେଇ ଚିନ୍ତା କମିବାର ନାଁ ନେଉନାହିଁ। କିଛି ଦିନ କୋଭିଡ ସଂକ୍ରମଣ ସଂଖ୍ୟା କମିଥିବାବେଳେ ପୁଣି ଉପର ତଳ ହେଉଛି କୋଭିଡ ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ ବର୍ଷରୁ କମ୍ ବୟସର ୧୨୬ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଜଣ ଚିହ୍ନଟ ହୋଇଛନ୍ତି।

ଅଗଷ୍ଟ ୧୧ ତାରିଖର ରିପୋର୍ଟ ଅନୁସାରେ ରାଜ୍ୟରେ ୫୩୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ୧୮ରୁ କମ୍ ବୟସର ୧୨୩ ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫ ଜଣ ଥିଲେ।

କିନ୍ତୁ ଅଗଷ୍ଟ ୧୦ ତାରିଖରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅଗଷ୍ଟ ୧୧ ଓ ୧୨ ତାରିଖର ରିପୋର୍ଟ ତୁଳନାରେ ଅଧିକ ରହିଥିଲା। ଅଗଷ୍ଟ ୧୦ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୬୫୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ୧୮ ବର୍ଷରୁ କମ୍ ବୟସର ୧୨୮ ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯୬ ଜଣ ରହିଥିଲେ।

ଅଗଷ୍ଟ ୯ ତାରିଖ ରିପୋର୍ଟ ଅନୁସାରେ ଅଗଷ୍ଟ ୧୦ ତାରିଖ ରିପୋର୍ଟ ତୁଳନାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିଲା। ରାଜ୍ୟରେ ୪୮୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୮ ଜଣ ରହିଥିଲେ।

ଅଗଷ୍ଟ ୮ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୬୫୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଅଗଷ୍ଟ ୭ ତାରିଖ ରିପୋର୍ଟ ଅନୁସାରେ ୭୩୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅଗଷ୍ଟ ୬ ତାରିଖରେ ୮୩୬ ଜଣ କୋଭିଡ ଆକାନ୍ତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ୭ ଦିନ ମଧ୍ୟରେ ଉପର ତଳ ହୋଇଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୬ ତାରିଖ ରିପୋର୍ଟ ଅନୁସାରେ ୮୩୬ ଜଣ ଚିହ୍ନଟ ହୋଇଥିବାବେଳେ ଅଗଷ୍ଟ ୭ ତାରିଖରେ ଏହି ସଂଖ୍ୟାରେ ହ୍ରାସ ହୋଇ ୭୩୦ ହୋଇଥିଲା। ସେହିପରି ଅଗଷ୍ଟ ୮ ଏବଂ ୯ ତାରିଖରେ କୋଭିଡ ସଂକ୍ରମଣ କମି ୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କିନ୍ତୁ ୧୦ ତାରିଖ ରିପୋର୍ଟ ଅନୁସାରେ ପୁଣି ଏହି ସଂଖ୍ୟାରେ ବୃଦ୍ଧି ହୋଇ ୬୫୩ ହୋଇଥିଲା। ୧୧ ତାରିଖ ପୁଣି କୋଭିଡ ସଂକ୍ରମଣ କମି ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

Tags: #Covid18 #CoronaVirs #Odisha #InfactionRate

LEAVE A REPLY

Please enter your comment!
Please enter your name here